ABVP Rayagada
07/03/2026
ଏବିଭିପି ଓଡ଼ିଶା ଦ୍ୱାରା ଆୟୋଜିତା ରାଜ୍ୟ ସ୍ତରୀୟ ଛାତ୍ରୀ ସଂସଦରେ ରାୟଗଡା ଜିଲ୍ଲାର ପ୍ରତିନିଧି l
11/02/2026
ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ବାଦଳା ସରକାରୀ ଏସ.ଏସ.ଡି. (SSD) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚଳିତ ଶିକ୍ଷା ବର୍ଷ ପାଇଁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ନୂତନ କାର୍ଯ୍ୟକାରିଣୀ ଘୋଷଣା କରାଯାଇଛି।
29/01/2026
୭୭ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପଦ୍ମପୁର ନଗର, ରାୟଗଡା ଦ୍ଵାରା ଏକ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି
17/01/2026
17/01/2026
ଗୁଣପୁର ନଗର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଆନୁକୁଲ୍ୟରେ ଯୁବ ସପ୍ତାହ ଅବସରରେ ଗୁଣପୁର ମହାବିଦ୍ୟାଳୟ କ୍ୟାମ୍ପସ ୟୁନିଟ୍ କାର୍ଯ୍ୟକର୍ତ୍ତା ଙ୍କ ସହଯୋଗ ରେ "କ୍ଲିନ୍ କ୍ୟାମ୍ପସ୍ ଗ୍ରୀନ କ୍ୟାମ୍ପସ୍" କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମ ରେ ନଗର ସଭାପତି ଲକ୍ଷ୍ମୀ ନାରାୟଣ ମହାଙ୍କୁଡ଼ ଉପସ୍ଥିତ ରହି କାର୍ଯ୍ୟକ୍ରମ ର ବିଶେଷତା ଉପସ୍ଥାପନ କରିଥିଲେ । ତତ୍ ପରେ ସ୍ଵାମୀ ବିବେକାନନ୍ଦ ଙ୍କ ପ୍ରତିମୂର୍ତ୍ତି ପରିସର କୁ କ୍ୟାମ୍ପସ୍ ୟୁନିଟ୍ କାର୍ଯ୍ୟକର୍ତ୍ତା ମାନେ ସଫା କରିଥିଲେ । ଶେଷରେ ପରିଷଦ ର ଏକ ଅଭିନବ ପ୍ରୟାସ "ସ୍କ୍ରିନ୍ ଟାଇମ୍ ଟୁ ଆକଟିଭିଟି ଟାଇମ୍" ର ପୋଷ୍ଟର ଉନ୍ମୋଚନ କରାଯାଇ ଏହା ସମ୍ବନ୍ଧରେ ଛାତ୍ର ଛାତ୍ରୀ ଙ୍କୁ ଅବଗତ କରାଗଲା ଏବଂ ଆଗାମୀ ଦିନରେ ଏହା ସମ୍ବନ୍ଧୀୟ ପାଠଚକ୍ର କରିବାକୁ ସ୍ଥିର କରାଗଲା । ନଗର ବିକଶାର୍ଥେ ବିଦ୍ୟାର୍ଥୀ ସଂଯୋଜକ ଲିପୁନ୍ ତୁଳ ଙ୍କ ଆହ୍ବାନ ରେ ଆୟୋଜିତ ଏହି ସମ୍ପୁର୍ଣ୍ଣ କାର୍ଯ୍ୟକ୍ରମ କୁ ନଗର ସମ୍ପାଦକ ଆଦିତ୍ୟ ପାଢ଼ୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରବ ପଣ୍ଡା, ସେବାର୍ଥେ ବିଦ୍ୟାର୍ଥୀ ସଂଯୋଜକ ଲୋକନାଥ ବାଉରୀ, ବି ସତୀଶ କୁମାର, ଦେବାଶିଷ ସେନାପତି ପ୍ରମୁଖ ପରିଚାଳନା କରିଥିଲେ ।
13/01/2026
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ରାୟଗଡା ନଗର ତରଫରୁ ରାଷ୍ଟ୍ରୀୟ ଯୁବ ଦିବସ ଉପଲକ୍ଷେ ଏକ ବିଶାଳ ଶୋଭାଯାତ୍ରା ଓ ପଥପ୍ରାନ୍ତ ସଭା ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଏବିଭିପି ଓଡ଼ିଶା ପୂର୍ବର ପ୍ରାନ୍ତ ସଂଗଠନ ସମ୍ପାଦକ ବୁଦ୍ଧଦେବ ବାଘ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
11/01/2026
ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଏବଂ ଜାତୀୟ ଯୁବ ଦିବସ ପାଳନ କରିବାରେ ସହିତ ଯୋଗଦେବା ପାଇଁ ABVP ରାୟଗଡା ଶାଖା ଆପଣଙ୍କୁ ସାଦର ନିମନ୍ତ୍ରଣ କରୁଛି ଏହି ଦିବସଟି ସ୍ୱାମୀ ବିବେକଙ୍କ କାଳଜୟୀ ଶିକ୍ଷା, ଦୃଷ୍ଟିକୋଣ ଏବଂ ଆଦର୍ଶ ସହିତ ଯୁବପିଢ଼ିଙ୍କୁ ଅନୁପ୍ରାଣିତ କରିବା ପାଇଁ ଉତ୍ସର୍ଗୀକୃତ।ଏହି କାର୍ଯ୍ୟକ୍ରମରେ ପ୍ରେରଣାଦାୟକ ଆଲୋଚନା, ସାଂସ୍କୃତିକ ପ୍ରଦର୍ଶନ ଏବଂ ଯୁବ ମନକୁ ଆତ୍ମବିଶ୍ୱାସ, ସେବା ଏବଂ ରାଷ୍ଟ୍ର ନିର୍ମାଣର ମୂଲ୍ୟବୋଧକୁ ବଜାୟ ରଖିବା ପାଇଁ ପ୍ରେରଣା ଦେବା ପାଇଁ କାର୍ଯ୍ୟକଳାପ ଅନ୍ତର୍ଭୁକ୍ତ ହେବ।ଆପଣଙ୍କର ସଦୟ ଉପସ୍ଥିତି ଏହି ଅବସରରେ ଅର୍ଥ ଏବଂ ପ୍ରେରଣା ଯୋଗ କରିବ।
ତାରିଖ :- ୧୨/୦୧/୨୦୨୬
ସମୟ :- ସକାଳ 9:00 ଟା
ସ୍ଥାନ: - ବସ୍ ଷ୍ଟାଣ୍ଡ
02/01/2026
ଭଦ୍ରକରେ ଅନୁଷ୍ଠିତ ଏବିଭିପି ଓଡ଼ିଶା ( ପୂର୍ବ ) ପ୍ରାନ୍ତର ୫୦ତମ ରାଜ୍ୟ ଅଧିବେଶନରେ ରାୟଗଡା ଜିଲ୍ଲାରୁ ନୂତନ କରି ଦାୟିତ୍ଵ ପ୍ରାପ୍ତ କାର୍ଯ୍ୟକର୍ତ୍ତାଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ
ABVP Odisha
15/12/2025
ରାୟଗଡ଼ା ଜିଲ୍ଲା ମଡେଲ ଡ଼ିଗ୍ରୀ କଲେଜରେ ଚଳିତ ଶିକ୍ଷା ବର୍ଷ ପାଇଁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ନୂତନ କାର୍ଯ୍ୟକାରିଣୀ ଘୋଷଣା କରାଯାଇଛି।ସଭାପତି ଏବଂ ସମ୍ପାଦକ ଭାବେ ଆଶୁତୋଷ ସାହୁ ଏବଂ ବିଜୁ କଣ୍ଡାଗରି ଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଛି।
10/12/2025
ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଭିନ୍ନ ଦାବିକୁ ନେଇ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ସମର୍ଥନ ଜଣାଇବା ସହ ବିଦ୍ୟାଳୟ ପ୍ରଶାସନ ପାଖରେ ଦାବି କରୁଛି ଯଥାଶୀଘ୍ର ସେମାନଙ୍କ ଦାବି ପୂରଣ କରନ୍ତୁ।
08/12/2025
*ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ର ନଗର ସମ୍ମିଳନୀ*
ଗୁଣପୁର, ସ୍ଥାନୀୟ ବିଦ୍ୟା ନିକେତନ ନିକଟ ଆମ୍ବ ତୋଟା ଠାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ର ନଗର ସମ୍ମିଳନୀ ଆୟୋଜନ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ୭ ଗୋଟି ମହାବିଦ୍ୟାଳୟ ର ୩୦୦ ରୁ ଊର୍ଦ୍ଧ୍ବ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ରେ ସାଂଗଠନିକ ସତ୍ର ରେ ବିଦ୍ୟାର୍ଥୀ ପରିଷଦ କ'ଣ ତାହା ବୁଝାଇବା, ବିଭିନ୍ନ ଆୟାମ ଓ ଗତିବିଧି ର ପରିଚୟ ଦେବା ସହ ଛାତ୍ର ଛାତ୍ରୀ ମାନଙ୍କୁ ନିଜ ରୁଚି ଅନୁଯାୟୀ କାର୍ଯ୍ୟ ଦାୟିତ୍ୱ ପ୍ରଦାନ କରାଯାଇଥିଲା l ଆଜିର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ୱାଇ ଗଣପତି, ମୁଖ୍ୟ ବକ୍ତା ଭାବେ ଜିଲ୍ଲା ପ୍ରମୁଖ ଶେଷସାୟୀ ସେନାପତି, ସମ୍ମାନିତ ଅତିଥି ଭାବେ ରାୟଗଡ଼ା ନଗର ପ୍ରମୁଖ ଚିଦାନନ୍ଦ ରାଉତ ଏବଂ ଗଜପତି ବିଭାଗ ପ୍ରମୁଖ ଉମାଶଙ୍କର ଦାଶ ଉପସ୍ଥିତ ଥିଲେ । ଚଳିତ ବର୍ଷ ୨୦୨୫-୨୬ ପାଇଁ ବିଭିନ୍ନ କଲେଜ କ୍ୟାମ୍ପସ୍ ଟିମ୍ ରେ ଥାୟାରାମ୍ମା ମହିଳା ମହାବିଦ୍ୟାଳୟ ରେ ତୁଳସୀ ଶବର, ଗୁଣପୁର ମହାବିଦ୍ୟାଳୟ ରେ ଗୌରବ ପଣ୍ଡା, ଡମ୍ବସରା +୨ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉମାକାନ୍ତ ନିମାଲା, ଗୁଣୁପୁର +୨ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଖିଲ କୁମାର ଗମାଙ୍ଗ, ଥାୟାରାମ୍ମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବୈଶାଳୀ କୋଲା ଙ୍କୁ ସଭାପତି ଦାୟିତ୍ୱ ଦିଆଗଲା । ସେହିଭଳି ଗୁଣପୁର ନଗର ଟିମ୍ ନିମନ୍ତେ ଡଃ ପ୍ରଶାନ୍ତ କୁମାର ହୋତା ଙ୍କୁ ନଗର ପ୍ରମୁଖ,ଶ୍ରୀ ପ୍ରଫୁଲ୍ଲ ଲିମା ଙ୍କୁ ନଗର ସହ ପ୍ରମୁଖ, ଶ୍ରୀ ଲକ୍ଷ୍ମୀ ମହାଙ୍କୁଡ଼ ଙ୍କୁ ନଗର ସଭାପତି, ଶ୍ରୀ ପ୍ରଫୁଲ୍ଲ ଶତପଥୀ ଓ ଗୌରୀ ଶଙ୍କର ମହାଙ୍କୁଡ଼ ଙ୍କୁ ନଗର ଉପସଭାପତି, ନଗର ସମ୍ପାଦକ ଭାବେ ଆଦିତ୍ୟ ପାଢ଼ୀ,SFD ସଂଯୋଜକ ଭାବେ ଅନ୍ୱେଷା ମୁଦ୍ରିଙ୍ଗା, RKM ସଂଯୋଜକ ଭାବେ ସ୍ମୃତିମୟୀ ସେନାପତି ଓ ନିଶା ପାଣିଗ୍ରାହୀ, ଖେଲୋ ଭାରତ ସଂଯୋଜକ ଭାବେ ଜଗଦୀଶ୍ୱର ଶବର, ପାଠଚକ୍ର ପ୍ରମୁଖ ଭାବେ ସୁନୀତା ତରାଇ ଆଦି ଙ୍କୁ ମନୋନୀତ କରାଯାଇଥିଲା । ଅଧ୍ୟାପକ ସନ୍ତୋଷ ହୋତା, ଗୌରାଙ୍ଗ ପାଣିଗ୍ରାହୀ, କରଣ କଂସ ବେହେରା ବିଭିନ୍ନ ବିଭାଗ ର ଇଞ୍ଚାର୍ଜ ଭାବେ ଦାୟିତ୍ଵ ପାଇଥିଲେ । ଲୋକନାଥ ବାଉରୀ, ଲିପୁନ୍ ତୁଳ, ଦେବାଶିଷ ସେନାପତି, ଏସ୍ ଶିବାଜି, ଜିଲ୍ଲା ସଂଯୋଜକ ବି ସତୀଶ କୁମାର, ଚନ୍ଦ୍ର ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ l
19/11/2025
ଭଗବାନ ବିର୍ସା ମୁଣ୍ଡା ଙ୍କ ୧୫୦ତମ ଏବଂ ଝାନ୍ସି ରାଣୀ ଲକ୍ଷ୍ମୀ ବାଇଙ୍କ ଜୟନ୍ତୀ ଅବସରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଶାଖା ଦ୍ଵାରା ଆୟୋଜିତ ପ୍ରତିଯୋଗିତା ସଫଳ ଭାବେ ଅନୁଷ୍ଠିତ ହୋଇଛି।
Click here to claim your Sponsored Listing.
Category
Website
Address
Rayagada