Vod Tv
04/04/2026
ରାୟଗଡ଼ା ପ୍ରବେଶ ଉତ୍ସବ ଓ ଖଡିଛୁଆଁ ସଚେତନତା ରଥର ଶୁଭାରମ୍ଭ କଲେ ଜିଲ୍ଲାପାଳ
ରାୟଗଡ଼ା , ୪/୪ ( ଯୋଗେଶ୍ୱର ଦାସଙ୍କ ରିପୋର୍ଟ)
ରାୟଗଡ଼ା ଜିଲ୍ଲାରେ ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମର ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ଶନିବାର ଦିନ ଶୁଭାରମ୍ଭ କରିଛନ୍ତି |
ସ୍ଥାନୀୟ ଗାନ୍ଧୀନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହାର ଆୟୋଜନ କରାଯାଇଥିଲା | ପ୍ରବେଶ ଉତ୍ସବରେ ଜିଲ୍ଲାପାଳଙ୍କ ସମେତ ଉପନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶାନ୍ତିଲତା ମୁନି ଓ ସସ୍ମିତା ବେହେରା, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଛବିଲାଲ ସିଂ, ସମଗ୍ର ଶିକ୍ଷା କାର୍ଯ୍ୟାଳୟର ପେଡାଗୋଜି ସଂଯୋଜକ ଜ୍ଞାନ ରଞ୍ଜନ ସାହୁ, ଭିନ୍ନକ୍ଷମ ସଂଯୋଜକ ପ୍ରଦୀପ କୁମାର ସାହୁ ପ୍ରମୂଖ ଉପସ୍ଥିତ ରହି
ମା ବିଦ୍ୟାଦାୟିନୀ ସରସ୍ୱତୀଙ୍କ ପ୍ରତିମୂର୍ତ୍ତିରେ ପୂଜା ଅର୍ଚ୍ଚନା ପରେ ଶିଶୁ ବାଟିକାରେ ନାମ ଲେଖାଇଥିବା ଶିଶୁଙ୍କୁ ସିଲଟରେ ଖଡି ଛୁଆଇଁ ଶିକ୍ଷାରମ୍ଭ କରାଇଥିଲେ |
ମୋଟ ପଚିଶି ଜଣ ଶିଶୁଙ୍କୁ ଖଡି ଛୁଆଇଁ ଶିକ୍ଷାରମ୍ଭ କରାଇବା ସହ ଶିକ୍ଷଣ କିଟ ବଣ୍ଟନ କରାଯାଇଥିଲା |
ବିଦ୍ୟାଳୟ ପରିସରରେ ଜିଲ୍ଲାପାଳ କୁଲକର୍ଣ୍ଣି ଖେଳଘର ଷ୍ଟଲ, ଗପ ରାଇଜ ଷ୍ଟଲ ଓ ରଙ୍ଗ ପସରା ଷ୍ଟଲ ଗୁଡିକର ଉଦଘାଟନ କରିଥିଲେ ଏବଂ ଷ୍ଟଲ୍ ଗୁଡିକ ପରିଦର୍ଶନ କରିଥିଲେ |
ଉପସ୍ଥିତ ପିତାମାତା ଓ ଅଭିଭାବକଙ୍କୁ ପାଞ୍ଚ ବର୍ଷ ରୁ ଉର୍ଦ୍ଧ ଶିଶୁଙ୍କୁ ଶିଶୁବାଟିକା ଓ ଛଅ ବର୍ଷରୁ ଉର୍ଦ୍ଧ ଶିଶୁଙ୍କୁ ପ୍ରଥମ ଶ୍ରେଣୀରେ ନାମଲେଖା ନିମନ୍ତେ ନିଜ ଅଭିଭାଷଣରେ ସଚେତନ କରିଥିଲେ |
ଏହି ଅବସରରେ ପ୍ରବେଶ ଉତ୍ସବର ପ୍ରଚାର ଓ ପ୍ରସାର ନିମନ୍ତେ ପୋଷ୍ଟର ଓ ପ୍ରଚାର ପତ୍ରିକାର ଉନ୍ମୋଚନ କରାଯାଇଥିଲା |
ଶେଷରେ ଜିଲ୍ଲାପାଳ କୁଲକର୍ଣ୍ଣି ସଚେତନତା ରଥଙ୍କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ |
ସେହିପରି ରାୟଗଡ଼ ଜିଲ୍ଲାର ଏଗାର ଗୋଟି ବ୍ଳକରେ ସଚେତନତା ରଥ ଶୁଭାରମ୍ଭ କରିବାସହ ଗୋଟିଏ ଦିନରେ ତିନିଶହ ଶିଶୁଙ୍କୁ ଖଡି ଛୁଆଁ ସହ ବିଦ୍ୟାଳୟ କିଟ ବଣ୍ଟନ କରାଯାଇଥିଲା |
ଚଳିତ ପ୍ରବେଶ ଉତ୍ସବରେ ୯୭୨୧ ଜଣ ଶିଶୁ ବାଟିକାରେ, ୧୧୩୩୯ ଜଣଙ୍କୁ ପ୍ରଥମ ଶ୍ରେଣୀ ଓ ୧୧୫୬୯ ଜଣ ଶିଶୁଙ୍କୁ ସେପ୍ଟେମ୍ବର ୨୦୨୬ ସୁଦ୍ଧା ଏପରି ମୋଟ ୩୨୬୨୯ ଜଣଙ୍କୁ ନୂତନ ଭାବେ ବିଦ୍ୟାଳୟରେ ନାମଲେଖା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ ଥିବା ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶାନ୍ତିଲତା ମୁନି ପ୍ରକାଶ କରିଛନ୍ତି |
ନୀଳାଞ୍ଚଳ ମିଶ୍ର କାର୍ଯ୍ୟକ୍ରମର ପରିଚାଳନା କରିଥିଲେ |
ଗାନ୍ଧୀନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରତାପ ବାତ୍ରିଆ, ସମଗ୍ର ଶିକ୍ଷା ଅଭିଯାନ ର ପ୍ରୋଗ୍ରାମର ଦିଲ୍ଲୀପ କୁମାର ଶାବତ, ଦୀପକ କୁମାର ରାଉତ, ନରେଶ ସିଂ, ନୀଳାଞ୍ଚଳ ମିଶ୍ର, ସମସ୍ତ ସିଆରସିସି ଓ ଶିକ୍ଷକ, ଶିକ୍ଷୟିତ୍ରୀ ବୃନ୍ଦ ସହଯୋଗ କରିଥିଲେ |
Vod Tv
21/03/2026
ବିଜୁ ଜନତା ଦଳରୁ ନିଲମ୍ବନ ହେଲେ ଛଅ ଜଣ ବିଧାୟକ
ରାଜ୍ୟ ସଭା ନିର୍ବାଚନ ସମୟରେ ଦଳର ନିଷ୍ପତି ବିରୁଦ୍ଧରେ ନିଜର ମତାଦାନ ସାବ୍ୟସ୍ତ କରିଥିଲେ
ଦଳ ବିରୁଦ୍ଧରେ ଭୋଟ ଦେବା ପଡିଲା ମହଙ୍ଗା
ଆଗକୁ ଆରୋପ ପ୍ରତ୍ୟରୋପ ର ପ୍ରଭାବ କଣ ପଡୁଛି ଦେଖିବାକୁ ବାକି ରହିଲା
Click here to claim your Sponsored Listing.
Category
Telephone
Website
Address
New Street, Padmapur
Rayagada
765025