Trending Odisha

Trending Odisha

Share

09/05/2026

:ଘରେ ଘରେ ପହଞ୍ଚିବ ପାଇପ୍‌ ଯୋଗେ ଗ୍ୟାସ୍ ବା ପିଏନ୍‌ଜି। ରାଜ୍ୟର ବିଭିନ୍ନ ସହରରେ ସ୍ଥାପନ ହେବ ସିଏନ୍‌ଜି ଷ୍ଟେସନ୍। ଏ ଦିଗରେ ଆଉ ପାଦେ ଆଗକୁ ଯାଇଛନ୍ତି ରାଜ୍ୟ ସରକାର। କ୍ୟାବିନେଟ୍ ଅନୁମୋଦନ ପରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ଅଣାଯାଇଛି ଓଡ଼ିଶା ସିଟି ଗ୍ୟାସ୍ ବିତରଣ ନୀତି। ପ୍ରକାଶ ପାଇଛି ଗେଜେଟ୍ ବିଜ୍ଞପ୍ତି। ଓଡ଼ିଶା ସିଟି ଗ୍ୟାସ୍ ବିତରଣ ନୀତି ପାଇଁ ପ୍ରକାଶ ପାଇଛି ଗେଜେଟ୍ ବିଜ୍ଞପ୍ତି। ଏହି ପ୍ରକଳ୍ପରେ ନିବେଶ ହେବ ୫ ହଜାର ୧୦୦ କୋଟି ଟଙ୍କା। ରାଜ୍ୟରେ ସିଟି ଗ୍ୟାସ୍ ବିତରଣ ଭିତ୍ତିଭୂମି ବିକାଶ ପାଇଁ ଗେଲ୍‌, ଗେଲ୍ ଗ୍ୟାସ୍, ବିପିସିଏଲ୍‌, ଆଦାନୀ ଟୋଟାଲ୍, ମେଘା ଗ୍ୟାସ୍ ଭଳି ୫ ସଂସ୍ଥାକୁ ଦିଆଯାଇଛି ଦାୟିତ୍ବ। ଏହା ମାଧ୍ୟମରେ ରାଜ୍ୟରେ ସୃଷ୍ଟି ହେବ ବ୍ୟାପକ ନିଯୁକ୍ତି ସୁଯୋଗ। ସହରୀ ଭିତ୍ତିଭୂମି ବିକାଶକୁ ମିଳିବ ନୂଆ ଗତି। ୯ ଲକ୍ଷ ୯ ହଜାର ୬୮୨ ପରିବାରକୁ ପାଇପ୍‌ ଯୋଗେ ରନ୍ଧନ ଗ୍ୟାସ୍ ବା ପିଏନ୍‌ଜି ସଂଯୋଗ କରାଯିବ।

ରାଜ୍ୟରେ ସ୍ଥାପନ ହେବ ୨୭୧ଟି ସିଏନ୍‌ଜି ଷ୍ଟେସନ୍। ଏଥିପାଇଁ ସରକାରୀ ଜମିକୁ ୩୦ ବର୍ଷ ପାଇଁ ଦୀର୍ଘମିଆଦୀ ଲିଜ୍ ଭିତ୍ତିରେ ଅଗ୍ରାଧିକାର ଦେବାର ବ୍ୟବସ୍ଥା ରହିଛି। ୫ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରରେ ଶିକ୍ଷାନୁଷ୍ଠାନ ଓ ବେସରକାରୀ ବସ୍‌ଗୁଡ଼ିକୁ ଆସନ୍ତା ୨ବର୍ଷ ଭିତରେ ସିଏନ୍‌ଜି ବ୍ୟବହାର କରିବାକୁ ପଡ଼ିବ। ଫଳରେ ସହରରେ କମ୍‌ ହେବ ପ୍ରଦୂଷଣ। ପିଏନ୍‌ଜି ଓ ସିଏନ୍‌ଜି ଅତ୍ୟାବଶ୍ୟକ ସେବା ହୋଇଥିବାରୁ ଜରୁରୀକାଳୀନ ପରିସ୍ଥିତିରେ ମଧ୍ୟ ଏହାର ଯୋଗାଣ ଓ ପରିବହନ ବାଧାପ୍ରାପ୍ତ ହେବ ନାହିଁ। ଆଗକୁ ସମସ୍ତ ସରକାରୀ କ୍ବାର୍ଟର୍ସ ଓ ଅଫିସ୍ ବିଲଡିଂରେ ପିଏନ୍‌ଜି ସଂଯୋଗ ପାଇଁ ଲକ୍ଷ୍ୟ ରଖାଯାଇଛି। ସିଟି ଗ୍ୟାସ୍ ବିତରଣ ନୀତିକୁ କାର୍ୟ୍ୟକାରୀ କରିବା ପାଇଁ ନଗର ଉନ୍ନୟନ ବିଭାଗକୁ ନୋଡାଲ୍ ଏଜେନ୍ସି ନିଯୁକ୍ତ କରାଯାଇଛି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଶୀର୍ଷ କମିଟି ଓ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଅନୁଧ୍ୟାନ କମିଟି ଗଠନ ହୋଇଛି।

09/05/2026

ମେ ୫ ତାରିଖର ରାତି , ଘଣ୍ଟାରେ ବାଜିଥିଲା ସାଢ଼େ ୧୨ଟା । ହାଇଦ୍ରାବାଦ ସହରର ରାସ୍ତା ପାଖାପାଖି ଶୂନଶାନ୍ ହୋଇଯାଇଥିଲା। ରାସ୍ତା ଦୁଇକଡ଼ରେ ହାଲକା ଷ୍ଟିଟ୍ ଲାଇଟ୍ । ଆଉ ରାସ୍ତା କଡ଼ରେ ଛିଡ଼ା ହୋଇଥିଲେ ଜଣେ ମାତ୍ର ମହିଳା । ବେଶଭୂଷା ପୂରା ସାଦାସିଧା । ରାତି ପାଖାପାଖି ସାଢ଼େ ୩ ଟା ଯାଏଁ ସେମିତି ରାସ୍ତା କଡ଼ରେ ଛିଡ଼ା ହୋଇଥିଲେ । ଯେମିତି କାହାକୁ ଅପେକ୍ଷା କରୁଥିଲେ । କିନ୍ତୁ ରାତି ସାଢ଼େ ୧୨ଟାରୁ ସାଢ଼େ ୩ଟା କେଇ ୩ ଘଣ୍ଟା ଭିତରେ ତାଙ୍କ ସହ ଯାହା ଘଟିଲା ତାହା ପୂରା ସହରର ସତକୁ ପଦାରେ ପକାଇଦେଲା।

ଏ ୩ ଘଣ୍ଟାରେ ପାଖାପାଖି ୪୦ ପୁରୁଷ ତାଙ୍କ ପାଖୁ ଆସିଲେ । କେହି ବାଇକରେ, କେହି କାରରେ ତ ଆଉ କେହି ଚାଲି ଚାଲି । ସେମାନଙ୍କ ଭିତରୁ କିଛି ପୁଅ ଛାତ୍ର ଭଳି ଜଣାପଡ଼ୁଥିଲେ ତ ଆଉ କିଛି ପ୍ରାଇଭେଟ୍ ଚାକିରି କରିବା ପରି । ହେଲେ ସମସ୍ତଙ୍କ ଭିତରେ ଥିଲା ଗୋଟିଏ ଉଦ୍ଦେଶ୍ୟ । ଏମାନଙ୍କ ଭିତରୁ କିଛି ପୁଅ ସେ ମହିଳା ଜଣଙ୍କୁ ଥଟ୍ଟା କରିଥିଲେ ତ ଆଉ କିଛି ତାଙ୍କୁ ଅସଦାଚରଣ କରିଥିଲେ, ଯେପରି ଅନ୍ୟ କେହି ମହିଳାଙ୍କ ସହ ହେଉଥିବ । ଏହାପରେ ଆସିଥିଲା ପୂରା ଘଟଣାରେ ଟ୍ବିଷ୍ଟ ।
କାରଣ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ମହିଳା ଜଣକ କୌଣସି ସାଧାରଣ ମହିଳା ନଥିଲେ ବରଂ ଜଣେ ଆଇପିଏସ୍ ଥିଲେ। ହାଇଦ୍ରାବାଦ୍ ମଲାକାଜଗିରି ପୁଲିସ କମିସନର୍ ବଦୁଗୁଲା ସୁମାଥି । ଏହା ଥିଲା ସୁମାଥିଙ୍କର ନାଇଟ୍ ଅପରେସନ୍ । ହାଇଦ୍ରାବାଦରେ ରାତିରେ ମହିଳାଙ୍କ ସୁରକ୍ଷା ସ୍ଥିତି ଜାଣିବାକୁ ଏଭଳି ଅପରେସନ୍ ଆରମ୍ଭ କରିଥିଲେ ଆଇପିଏସ୍ ସୁମାଥି । ଏଥିପାଇଁ କଷ୍ଟ ହେଲେବି ସିଧା ରାସ୍ତା ବାଛିଥିଲେ ସୁମାଥି । ଏଥିପାଇଁ ସେ ନିଜେ ମୈଦାନକୁ ଓହ୍ଲାଇଲେ । ନା ଦେହରେ ଥିଲା ବର୍ଦ୍ଦି, ନା ଥିଲା ପୁଲିସର କିଛି ଇସାରା । ବାସ୍ ଜଣେ ଅତି ସାଧାରଣ ମହିଳାଙ୍କ ଭଳି ରାସ୍ତା କଡ଼ରେ ଛିଡ଼ା ହୋଇଗଲେ । କିନ୍ତୁ ସେ ଏକୁଟିଅ. ନଥିଷଲ ବରଂ କିଛି ଦୂରରେ ତାଙ୍କର ଟିମ୍ । କିନ୍ତୁ ଛପିକି । ୩ଘଣ୍ଟା ଭିତର ଯେଉଁ ୪୦ ଜଣ ତାଙ୍କୁ ଅସଦାଚରଣ କରିଥିଲେ ସେସମସ୍ତଙ୍କୁ ଗିରଫ କରିନିଆଗଲା । ଯେଉଁମାନେ ଭାବୁଥିଲେ ଯେ, ରାତିର ଅନ୍ଧାରରେ ବର୍ତ୍ତିଯିବେ ବୋଲି ସେମାନଙ୍କ ପାଇଁ ଏ ଘଟଣା ଗୋଟେ ଚେତାବନୀ ପାଲଟିଲା।

ଏ ଅପରେସନ୍ ପରେ ଆଇପିଏସ୍ ସୁମାଥି କହିଛନ୍ତି, ’ ମହିଳାଙ୍କ ସୁରକ୍ଷାକୁ ପୁଲିସ ଗୁରୁତର ସହ ନେଉଛି । ମହିଳାଙ୍କ ସୁରକ୍ଷା ସହ କୌଣସି ବୁଝାମଣା କରାଯିବ ନାହିଁ । ଆଗକୁ ବି ଏଭଳି ସର୍ପରାଇଜ୍ ଅପରେସନ୍ ଚାଲିବ’ ।ଏ ପୂରା ଘଟଣା କହୁଛି, ଯଦି ପୁଲିସ ଚାହିଁବ ତାହେଲେ ଘଯଣାସ୍ଥଳକୁ ଯାଇ ନିଜେ ଘଟଣାକୁ ଯାଞ୍ଚ କରିବ ଏବଂ ଅପରାଧକୁ ମୂଳୋତ୍ପାଟ କରିପାରିବ । ଏ ଘଟଣା ଏକଥା ବି ଚେତାଉଛି, ମହିଳାଙ୍କୁ ଅସଦାଚରଣ କିଛି ଛୋଟିଆ ଘଟଣା ନୁହେଁ। ଏଥର ଅଭିଯୁକ୍ତ ଓ ଅମାନିଆ ଯୁବକଙ୍କୁ ପୁଲିସ ସାବାଡ଼ କରିବ । ତେବେ ଆଇପିଏସ୍ ସୁମାଥିଙ୍କ ଏ ନାଟ୍ ଅପରେସନ୍ ପୂରା ସୋସିଆଲ ମିଡିଆରେ ବିଜୁଳି ବେଗରେ ଭାଇରାଲ ହେଉଛି ।

Want your business to be the top-listed Media Company in Puri?
Click here to claim your Sponsored Listing.

Website

Address


Puri
Puri