Pingua
27/04/2026
ସିଂହ ଛାଲ ପିନ୍ଧି ଗଧ ଯେତେ ବି ରଡ଼ି କଲେ, ତା’ର ଡାକ ହିଁ ତା’ର ଅସଲ ପରିଚୟ ଦେଇଦିଏ। ଯାହାର ନିଜସ୍ୱ କୌଣସି ପରିଚୟ ନଥାଏ, ସିଏ ହିଁ ସୋସିଆଲ ମିଡିଆରେ ପାଗଳ ଭଳି ପ୍ରଳାପ କରି ଅନ୍ୟର ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରେ।
ମନେରଖନ୍ତୁ, ସଂସ୍କାର ଭାଷଣରେ ନୁହେଁ, ଭାଷାରେ ଦେଖାଯାଏ। ସୁଧୁରି ଯିବା ହିଁ ଶ୍ରେଷ୍ଠ ବୁଦ୍ଧିମାନର ଲକ୍ଷଣ।
ଜୟ ଜଗନ୍ନାଥ! 🙏🏻🚩
24/04/2026
#ଏଇଟା_ହେଉଛି_ରାଜନୀତିର_ଗୁଗଲ୍_ଟ୍ରାନ୍ସଲେଟ୍ ! 🔄
ଗତକାଲି ଯାଏଁ ଯିଏ ମଞ୍ଚ ଉପରେ ଛିଡ଼ା ହୋଇ କହୁଥିଲେ "ସରକାର ଜବାବ ଦିଅନ୍ତୁ...!"
ଆଜି ସେଇ ସମାନ ମଞ୍ଚରୁ କହିବେ "ସରକାର ଜବାବ ଦେଇସାରିଛନ୍ତି...!"
ରାଜନୀତିର ସବୁଠାରୁ ବଡ଼ ଚମତ୍କାର ଏଇଆ, ପ୍ରଶ୍ନ ସେଇଆ ଥାଏ, କିନ୍ତୁ ଜବାବ ଦେଉଥିବା ମଣିଷଟି ବଦଳିଯାଏ। କାଲି ଯେଉଁ ପ୍ରସଙ୍ଗରେ 'ପ୍ରେସ୍ କନଫରେନ୍ସ' ହେଉଥିଲା, ଆଜି ସେଇ ପ୍ରସଙ୍ଗରେ 'ପ୍ରେସ୍ ରିଲିଜ୍' ଆସିବ "ଐତିହାସିକ ନିଷ୍ପତ୍ତି... ଦୂରଦର୍ଶୀ ନେତୃତ୍ୱ...!"
ସବୁଠାରୁ ବଡ଼ ବିଡ଼ମ୍ବନା ଏଇଆ ଯେ, ଯେଉଁମାନେ ଗତକାଲି କାଠଗଡ଼ାରେ ଠିଆ କରି ପ୍ରଶ୍ନ ପଚାରୁଥିଲେ, ଆଜି ସେମାନେ ପ୍ରଶଂସାର ପୁଷ୍ପଗୁଚ୍ଛ ଧରି ପ୍ରସ୍ତୁତ। 💐
ଜନତା କେବଳ ତାଳି ମାରିବାରେ ବ୍ୟସ୍ତ, କାରଣ ଏଠି ସତ୍ୟର ନୁହେଁ, ବରଂ ସୁବିଧାର ଜୟ ହୁଏ।
ଆପଣଙ୍କୁ କ’ଣ ଲାଗୁଛି? ଏହାକୁ ଆପଣ "ରାଜନୈତିକ ବୁଝାମଣା" କହିବେ ନା "ଅବସରବାଦୀ ରାଜନୀତି"? 🤔
ଆପଣଙ୍କ ମତାମତ କମେଣ୍ଟରେ ଲେଖନ୍ତୁ! 👇
ଜୟ ଜଗନ୍ନାଥ 🙏🏻🚩
Click here to claim your Sponsored Listing.
Category
Contact the public figure
Website
Address
Dhenkanal