JIT Talks
12 boys from Kalinga Institute (KISS), Odisha with no clue about rugby, trained hard to master this beautiful sport. Not only that, within just 4 months, they became the roaring The Jungle Cats of India and went on to win the 2007 Under-14 Rugby World Cup. , coming to Lionsgate Play on 3rd June, is their inspiring story.
Watch this Beautiful Motivational Story from a Small Town..
24/12/2021
କ୍ରିକେଟକୁ ଅଲବିଦା କହିଲେ ବିଶ୍ୱକପ ବିଜେତା ସ୍ପିନର ହରଭଜନ ସିଂ । ୨୩ ବର୍ଷ ଭାରତ ପାଇଁ କ୍ରିକେଟ ଖେଳିବା ପରେ ଶୁକ୍ରବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି ହରଭଜନ । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ହରଭଜନ । ହରଭଜନ ହେଉଛନ୍ତି ଏମିତି ଏକ ଖେଳାଳି ଯିଏ କି ଦୁଇଟି ବିଶ୍ୱକପ ବିଜେତା ଦଳର ସଦସ୍ୟ ରହିଥିଲେ ।
୨୫ ମାର୍ଚ୍ଚ ୧୯୯୮ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟରେ ଡେବ୍ୟୁ କରିଥିଲେ ହରଭଜନ । ସେହିପରି ୧୭ ଏପ୍ରିଲ ୧୯୯୮ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆରେ ପଦାର୍ପଣ କରିଥିଲେ ସେ । ହରଭଜନ ମୋଟ ୧୦୩ଟି ଟେଷ୍ଟ ମ୍ୟାଚ ଖେଳି ୪୧୭ ଓ୍ୱିକେଟ ଅକ୍ତିଆର କରିଥିବା ବେଳେ ଦିନିକିଆରେ ୨୩୬ ମ୍ୟାଚ ଖେଳି ୨୬୯ ଓ୍ୱିକେଟ ଅକ୍ତିଆର କରିଛନ୍ତି । ସେହିପରି ଭାବରେ ୨୮ଟି ଟି-୨୦ ମ୍ୟାଚ ଖେଳି ୨୫ ଓ୍ୱିକେଟ ଅକ୍ତିଆର କରିଛନ୍ତି । ଭାରତ ପକ୍ଷରୁ ଶେଷ ଥର ପାଇଁ ହରଭଜନ ୨୦୧୬ ମସିହାରେ ୟୁଏଇ ବିପକ୍ଷରେ ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ ।
Source
24/12/2021
ଫୁଲବାଣୀରେ ଗୁରୁବାର ରାତିରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯିବା ସହ ବୁଧବାର ରାତିରେ ୩.୬ ଡିଗ୍ରୀ ରେକର୍ଡ କରାଯାଇଥିଲା।
ରାଜ୍ୟର ଅତି କମରେ ୧୧ ଟି ସ୍ଥାନ ଗୁରୁବାର ରାତିରେ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ତଳେ ରେକର୍ଡ କରାଯାଇଛି। ସେହିପରି ଝାରସୁଗୁଡାରେ (୮.୮), କେନ୍ଦୁଝର (୮.୬), ସୁନ୍ଦରଗଡ (୭.୫), ହୀରାକୁଦ (୯.୫), ଭବାନୀପାଟଣା (୯), କୋରାପୁଟ (୯.୬), ଟିଟଲାଗଡ (୮.୩), ସୋନପୁର (୮.୨), ଦାରିଙ୍ଗବାଡି (୭.୫) ଏବଂ ବୌଦ୍ଧରେ ତାପମାତ୍ରା (୯) ଡିଗ୍ରୀ ରହିଛି।
Source:
Click here to claim your Sponsored Listing.
Category
Contact the business
Website
Address
Bhubaneswar