aita dunia

aita dunia

Share

31/05/2026

ସାଙ୍ଗ ଙ୍କ ସହ ଟ୍ରେନରେ

29/05/2026

ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଏନଏସି ଅନ୍ତର୍ଗତ ଶୁଣ୍ଡିମୁଣ୍ଡା ସ୍ଥିତ ରେଳ ଷ୍ଟେସନ ଓଭର ବ୍ରିଜ ନିକଟରେ ବେଆଇନ ଚୋରା ଚାଲାଣ ପ୍ରାୟ ୫.୬ କେଜି ଗଞ୍ଜେଇ ଜବତ କରିଥିବା ବେଳେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ରେଢ଼ାଖୋଲ ପୋଲିସ। ଅଭିଯୁକ୍ତ ଯୁବକ ଜଣଙ୍କ ହେଲେ ଜିଲ୍ଲା ସୋନପୁର ଥାନା ବିରମହାରାଜପୁର ଅମରପାଲି ଗ୍ରାମର ବାସିନ୍ଦା ଭାଗବତ ପ୍ରଧାନ(୨୭)। ସୂଚନା ଯୋଗ୍ୟ ଯେ ରେଳ ଷ୍ଟେସନ ଓଭର ବ୍ରିଜ ନିକଟରେ ରେଢ଼ାଖୋଲ ପୋଲିସ ପକ୍ଷରୁ ପ୍ରେଟ୍ରୋଲିଂ କରୁଥିବା ସମୟରେ ପୋଲିସ କର୍ମଚାରୀ ମାନେ ଦୃତ ଗତିରେ ଆସୁଥିବା ବାଇକ୍ ଓଡ଼ି ୩୧ ଏଫ୍ ୭୯୫୭ ନମ୍ବର ବିଶିଷ୍ଟ ଗାଡିକୁ ଅଟକାଇ ଯାଞ୍ଚ କରିଥିଲେ। ଏଥିରେ ଉକ୍ତ ଅଭିଯୁକ୍ତ ପାଖରୁ ଗୋଟିଏ କଳା ରଙ୍ଗର ଏୟାର ବ୍ୟାଗରୁ ୫.୬ କେଜି ଗଞ୍ଜେଇ ଜବତ କରିଥିବା ବେଳେ ଉକ୍ତ ଅଭିଯୁକ୍ତ ଙ୍କୁ ଗିରଫ କରିଥିଲେ। ଏହି ବେଆଇନ ଚୋରା ଚାଲାଣ ଗଞ୍ଜେଇ ରେଢ଼ାଖୋଲ ଦେଇ ସମ୍ବଲପୁର ଜିଲ୍ଲାକୁ ଚାଲାଣ ହେଉଥିବା ନେଇ ଜଣାପଡିଛି। ଏ ସଂକ୍ରାନ୍ତରେ ରେଢ଼ାଖୋଲ ଥାନା କେସ ନଂ ୯୯/୨୬ ରେ ଏନଡିପିଏସ୍ ଏକ୍ଟ୍ ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଉକ୍ତ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ରେଢ଼ାଖୋଲ ଥାନା ଅଧିକାରୀ ସନୟ କୁମାର ନାଏକ ସୂଚନା ଦେଇଛନ୍ତି।

Want your business to be the top-listed Realtor/realty Service in Balasore?
Click here to claim your Sponsored Listing.

Telephone

Website

Address


Balasore