Knowledge Academy
15/01/2026
ଆଜି ନଲେଜ୍ ଏକାଡେମୀ ର ନୂତନ ଶାଖା ଶୁଭାରମ୍ଭ ହୋଇଛି I ଏଥିରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବିଜେପି ବିଧାୟକ ପ୍ରାର୍ଥୀ ଗୋପାଲଜୀ ପାଣିଗ୍ରାହୀ ଯୋଗଦେଇଥିବା ବେଲେ ମୋର ଗୁରୁ ତଥା ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଠା ରଘୁନାଥ ହୋତା ଏବଂ ସାଧୁ ଶ୍ରୀ ବାଞ୍ଛାବଟ ବାବା ଯୋଗ ଦେଇଥିଲେ I ଏହି ଅନୁଷ୍ଠାନ ରେ ସମସ୍ତ ଛାତ୍ରଛାତ୍ରୀ ପାଠ ପଢ଼ିବା ସହ କିପରି ଆମ ଦେଶର ସଂସ୍କୃତିକୁ ବଜାୟ ରଖିବେ ତାହା ମୁଖ୍ୟ ଅତିଥି କହିଥିଲେ I ଏହି ବର୍ଷରୁ ଏଠାରେ ଯୁକ୍ତ ତିନି ଏବଂ ସିବିଏସ୍ଇ କ୍ଲାସ ମଧ୍ୟ ଆରମ୍ଭ କରାଯିବ ବୋଲି ପ୍ରତିଷ୍ଠାତା ପ୍ରିତମ ବରାଡ଼ କହିଛନ୍ତି I
27/08/2025
🪷🪷💥🎪💥🪷🪷
🙏ଓଁ ଶ୍ରୀ ଗଣେଶାୟ ନମଃ 🙏
*************************
ଶକ୍ତିର ଆଧାର ଆହେ ଗଜାନନ
ବିଘ୍ନରାଜ ସିଦ୍ଧି ଦାତା
ଜ୍ଞାନ ବୁଦ୍ଧି ଦାତା ହେ ଅଗ୍ରପୂଜ୍ୟ
ଆଦି ଶକ୍ତି ଯାର ମାତା I
ପିତା ମହେଶ୍ୱର ବିଭୂ କୃପା ମୟ
ପାର୍ବତୀ ଙ୍କ କୁଳ ପୁତ୍ର
କୋଟି ପ୍ରଣିପାତ ତବ ଶ୍ରୀ ପୟରେ
ନାମ ମହିମା ଅନନ୍ତ।...🙏🙏
ଆଜି ଆମ ଅନୁଷ୍ଠାନରେ ପ୍ରଭୁ ଗଣେଶଙ୍କ ପୂଜା ଅନୁଷ୍ଠିତ ହୋଇଛି I ଏଠାରେ ସାଧୁ ଶ୍ରୀ ବାଞ୍ଛାବଟ ବାବା ଆସି ନାମ ସଂକୀର୍ତନ କରି ଛାତ୍ରଛାତ୍ରୀ ମାନଙ୍କୁ କିଛି ଉପଦେଶ ଦେଇଥିଲେ I ଏବଂ ସୁରେଶ ବାରିକ , ହରି ଖେତୀ (Govt.girls high school) ,ଅମିତ କୁମାର ବାଗ ,ରମାଇ ରଞ୍ଜନ ସା (P.R.High School) ଆସି ଦର୍ଶନ କରିଥିଲେ I
02/02/2025
ଜନକ ଜନନୀ ପରମ ଦୁରଜ, ନିଜ ମସ୍ତକ ପର ଧାରି ।
ବଦୌଂ ମାତୁ ସରସ୍ୱତୀ, ବୁଦ୍ଧି ବଳ ଦେ ଦାତାରି ||
ପୂର୍ଣ୍ଣ ଜଗତ ମେଂ ବ୍ୟାପ୍ତ ତବ, ମହିମା ଅମିତ ଅନଂତୁ ।
ଆଜି ପବିତ୍ର ସରସ୍ବତୀ ପୂଜା ଉପଲକ୍ଷେ ଆମ ଅନୁଷ୍ଠାନକୁ ପୂଜ୍ୟ ଗୁରୁ ତଥା ଜ୍ଞାନୀ ,ଗୁଣୀ, ତପସ୍ୱି ,ସାଧୁ ତଥା ଜଣେ ବ୍ରହ୍ମଚାରୀ ଶ୍ରୀ ବାଞ୍ଛା ବାବା ଆସି ଆମ ପୂଜାକୁ ସଫଳ କରିଛନ୍ତି ଏବଂ ଛାତ୍ରଛାତ୍ରୀ ମାନଙ୍କୁ ମାତା ସରସ୍ବତୀଙ୍କ ମହିମା ଏବଂ କିପରି ବିଦ୍ୟାଲାଭ ହୋଇ ପାରିବ ତାହା ବୁଝାଇଛନ୍ତି I ମାଁ ଙ୍କ କୃପାରୁ ଆମେ ଆଜି ଜଣେ ସାଧୁଙ୍କୁ ପାଇ ବହୁତ ଆନନ୍ଦିତ I
🙏ଜୟ ମାଁ ସରସ୍ଵତୀ🙏
Click here to claim your Sponsored Listing.
Category
Contact the school
Telephone
Website
Address
Rameswarnagar
Balangir