Dindayal mail

Dindayal mail

Share

10/02/2026

ବରଗଡ ର କବି କବୟିତ୍ରୀ ସମ୍ବର୍ଦ୍ଧିତ
ମାଟିଲାଗ୍ନା ସାହିତ୍ୟ ସଂସଦ ମାଲକାନଗିରି ଆନୁକୁଲ୍ୟରେ ନୂଆପଡ଼ା ସ୍ଥିତ ଉଦ୍ୟାନବନ୍ଧ ର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ରାଜ୍ୟସ୍ତରୀୟ ସାହିତ୍ୟ ସମାବେଶ କିଶୋର ଚନ୍ଦ୍ର ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଯାଇଅଛି। ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ମଧୁସୂଦନ ଦାସ, ମୂଖ୍ୟ ବକ୍ତା ଉପନିବନ୍ଧଂକ ମମତା ଦାଶ, ସମ୍ମାନିତ ଅତିଥି ଭାବରେ ଜିଲ୍ଲାଶିକ୍ଷାଧିକାରୀ ପ୍ରଶାନ୍ତ ମହାନ୍ତି ଓ ଜିଲ୍ଲାନିରୀକ୍ଷକ ଗିରିଧାରୀ ସା ଅଂଶ ଗ୍ରହଣ କରିଥିଲେ। ଆମ ବରଗଡ ଜିଲ୍ଲା ର ପ୍ରକୃତି ବନ୍ଧୁ ଡଡୋଳାମଣି ଶତପଥୀ, ନୁରବତି ସାହୁ ପଦ୍ମିନୀ ଦେବି, ସତ୍ୟବତୀ ଜେନା, ବିଳ୍ପବିନୀ କବି ଶ୍ରଦ୍ଧାଞ୍ଜଳି ତ୍ରିପାଠୀ ପ୍ରମୁଖ ମୁଖ୍ୟ ଅତିଥି ଦ୍ଵାରା ସମ୍ମାନିତ ହୋଇ ଥିବାରୁ ବରଗଡ ଜନ ସାଧାରଣ ଭୂରି ଭୂରି ପ୍ରଂଶଶା କରୁଛନ୍ତି

Photos from Dindayal mail's post 06/02/2026

ଘରୋଇ ବସ ମାଲିକ ସଂଘ
ରାଜ୍ୟ ଜୋନ୍ ସ୍ତରୀୟ ସମ୍ମିଳନୀ
~~~~~~~~~~~~~~~~~~
ବରଗଡ଼ ତା: ୦୬.୦୨.୨୦୨୬ ଆଜି ସ୍ଥାନୀୟ ହୋଟେଲ କୋହିନୁର ସମ୍ମିଳନୀ କକ୍ଷରେ ବରଗଡ଼ ଘରୋଇ ବସ୍ ମାଲିକ ସଂଘ ଙ୍କ ସମେତ ଜୋନ ୧୨ ର ସମସ୍ତ ବସ୍ ମାଲିକମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଅଛି।
ଆଜିର ଏହି ସମ୍ମିଳନୀରେ ବିକାଶ ମହାପାତ୍ର-- ଉପସଭାପତି (ବରଗଡ଼), ଅକ୍ଷୟ କୁମାର ନନ୍ଦ (ଖରିଆର) - ସମ୍ପାଦକ ଭାବରେ ସର୍ବସମ୍ମତିକ୍ରମେ ମନୋନୀତ ହୋଇଛନ୍ତି । ସମସ୍ତ ଜୋନ୍ ରୁ ନିର୍ବାଚିତ ପ୍ରତିନିଧି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସଭାପତି ନିର୍ବାଚନ ରେ ଭାଗ ନେବେ । ଆଗାମୀ ଦିନରେ ଘରୋଇ ବସ୍ ସେବାକୁ ସୁବ୍ୟବସ୍ଥିତ କରାଯିବ ବୋଲି ଉପସଭାପତି ଶ୍ରୀ ମହାପାତ୍ର ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ଅବିନାଶ ମିଶ୍ର, ଏମ୍. ଡି. ସମିର, ଗୋବିନ୍ଦ ଦୋରା, ଏମ୍. ଡି. ଇଦ୍ରିସ, ଦେବାଶିଷ ଦାଶ, ମନୋଜ ମହାପାତ୍ର, ବୃନ୍ଦାବନ ଧର, ସୁନୀଲ ଦାଶ,ସୁବଳ ଦାଶ, ଏମ୍. ଡି. କଲିମୁଲ୍ଲା, ସୁବ୍ରତ ଧିର, ଉମାଶଙ୍କର ପଟ୍ଟନାୟକ, ଦିନେଶ ମହନ୍ତ,ଅବତାବ ହୁସେନ ଓ ଆହୁରି ଅନେକ ଉପସ୍ଥିତ ଥିଲେ ।
ଶେଷରେ ବିନୋଦ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
--------×××--------

04/01/2026

କବିତା ପୁସ୍ତକ ଆଶ୍ଲେଷ ଓ ଆଭା
ଉନ୍ମୋଚିତ
~~~~~~~~~~~~~~~~~~
ବରଗଡ଼ ତା: ୦୪.୦୧.୨୦୨୬ ଆଜି ସ୍ଥାନୀୟ ଗାନ୍ଧୀ ସ୍ମୃତି ପାଠାଗାର ସଭାଗୃହ ରେ ଅବସରପ୍ରାପ୍ତ ଅଧ୍ୟାପକ ତଥା ବରିଷ୍ଠ କବି ମନୋଜ ଦାଶ ଙ୍କ ଦୁଇଟି କବିତା ଗ୍ରନ୍ଥ ଆଶ୍ଲେଷ ଓ ଆଭା ପୁସ୍ତକ ଉନ୍ମୋଚିତ ହୋଇଯାଇଅଛି।
କବି ଦିବ୍ୟ କିଶୋର ଦେବତା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥି ପ୍ରଫେସର ଅନ୍ତର୍ଯ୍ୟାମୀ ସାହୁ,ମୁଖ୍ୟ ବକ୍ତା ଡ. ରବିନ୍ଦ୍ର ଗଡ଼ତିଆ,ସମୀକ୍ଷିକା ଡ. ସଂଘମିତ୍ରା ମିଶ୍ର ଏବଂ କବି ମନୋଜ କୁମାର ଦାଶ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ କବିତା ପୁସ୍ତକ ଆଶ୍ଲେଷ ଓ ଆଭା ଉପରେ ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ।
କାର୍ଯ୍ୟକ୍ରମ କୁ ନିଶାମଣି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଡ. ସଂଗୀତା ରଥ ସଂଚାଳନ କରିଥିବା ବେଳେ ପୁସ୍ତକ ଦ୍ୱୟ ଏମ୍. ଆର୍. ପ୍ରେସ ରେ ସୁନ୍ଦର ପରିପାଟୀରେ ମୁଦ୍ରିତ ହୋଇଅଛି ।
ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ରୋହିତ ଦାଶ,ତରଣୀ ସେନ ବୁଧିଆ, ସୁକୋମଳ ଦାଶ, ଦୟାନିଧି ମହାପାତ୍ର, ଦାମୋଦର ସାହୁ, ଶ୍ରୀମତୀ ହୈମବତୀ ମିଶ୍ର, ସେବାଶ୍ରୀ ପାତ୍ର,ସନ୍ତୋଷିନୀ ଦାଶ,ନୁରାବତୀ ସାହୁ , ତ୍ରିବିକ୍ରମ ତ୍ରିପାଠୀ, ପ୍ରଦେସୀ ବାରିକ, ଗୌରୀଶଙ୍କର ପଣ୍ଡା, ମନୋରଞ୍ଜନ ମେହେର,ଦୂତି ସାହୁ, ରୋଜାଲିନ ମିଶ୍ର, ତପସ୍ୱୀନି ମହାପାତ୍ର ,ସୁପ୍ରଭା ସାମଲ,ଆଶା ରାଣୀ ରାଭେନ,ଜଗଦୀଶ ବେହେରା, ପ୍ରଦୀପ ମିଶ୍ର, ବିକ୍ରମ ପଣ୍ଡା ଓ ଆହୁରି ଅନେକ ଯୋଗଦେଇଥିଲେ ।
ଶେଷରେ ରୋଜାଲିନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
---------×××---------

23/05/2025

ଉଦିୟମାନ ଯୁବକଙ୍କ ପରଲୋକ
~~~~~~~~~~~~~~~~~~
ଦେଓଗାଁ, ଚଣ୍ଡୀ ପାଲି ଅଞ୍ଚଳରେ ଶୋକର ଛାୟା
~~~~~~~~~~~~~~~~~~
ବରଗଡ଼ ତା:୨୩.୦୫.୨୦୨୫ ଗତକାଲି ବରଗଡ଼ ଉପକଣ୍ଠ ଦେଓଗାଁ ର ବାସିନ୍ଦା ବର୍ତ୍ତମାନ ଚଣ୍ଡୀ ପାଲିରେ ବସବାସ କରୁଥିବା ଜଣାଶୁଣା ପରୋପକାରୀ ଉଦୀୟମାନ ଯୁବକ ଶ୍ରୀ ଗଣେଶ୍ୱର ମିଶ୍ର (୩୮)ଙ୍କ ଜଣ୍ଡିସ କାରଣରୁ ମୃତ୍ୟୁବରଣ କରିଥିବାରୁ ପରିବାର ତଥା ଦେଓଗାଁ, ଚଣ୍ଡୀ ପାଲି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି !
ମୃତ୍ୟୁ ସଜ୍ଜା ନିକଟରେ ସ୍ତ୍ରୀ ଆଗନ୍ତିକା (ଅନୁ), ଝିଅ ସ୍ଵସ୍ତିକା, ବାପା ଦୀନବନ୍ଧୁ, ମାଆ ବାସନ୍ତୀ ବଡ ଭଉଣୀ ଲିନୁ ଜାମାତା ଭକ୍ତ ଏବଂ ଜ୍ଞାତି କୁଟୁମ୍ବ ଉପସ୍ଥିତ ଥିଲେ !
ମୃତ୍ୟୁ ଖବର ପାଇ ଦେଓଗାଁ, ଚଣ୍ଡୀ ପାଲି, ବରଗଡ଼ ତଥା ଆଖପାଖ ଅଂଚଳରୁ ଶହ ଶହ ଶୁଭେଛୁ ତାଙ୍କ ବାସଭବନକୁ ପହଞ୍ଚି ଅଶୃଳନୟନରେ ସ୍ବର୍ଗତ ମିଶ୍ର ଙ୍କୁ ବିଦାୟ ଦେଇଥିଲେ ! ଦେଓଗାଁ ଜୀରା ନଦୀ କୂଳ ସ୍ଵର୍ଗଦ୍ଵାର ରେ ଅନ୍ତିମ ସଂସ୍କାର କରାଯାଇଥିଲା !
କୁନି ଝିଅ ସ୍ଵସ୍ତିକା ମୁଖାଗ୍ନି ଦେଇଥିଲେ !
--------×××---------

Photos from Dindayal mail's post 22/12/2024

*ଓଡିଶା ଆଦର୍ଶ ବିଦ୍ୟାଳୟ ଗୋବିନ୍ଦପୁର, ବରଗଡ଼ର ସପ୍ତମ ବାର୍ଷିକୋତ୍ସବ "ସୁରମ୍ୟା"*
ଗତ 21/12/2024 ଶନିବାର ଦିନ ବରଗଡ଼ ବ୍ଲକର ଓଡିଶା ଆଦର୍ଶ ବିଦ୍ୟାଳୟ ଗୋବିନ୍ଦପୁରରେ ବିଦ୍ୟାଳୟର ସପ୍ତମ ବାର୍ଷିକୋତ୍ସବ "ସୁରମ୍ୟା" ବିଦ୍ୟାଳୟ ପ୍ରାଙ୍ଗଣରେ ବହୁ ଜାକଜମକରେ ଅନୁଷ୍ଠିତ ହୋଇଯାଇଛି | ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ କେଦାରନାଥ ଚୌଧୁରୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ସଭାରେ ଜିଲ୍ଲାର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଜ୍ୟୋତିକାନ୍ତ ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସଭା ଉଦଘାଟନ କରିଥିଲେ | ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ସାହୁ, ଆଦର୍ଶ ବିଦ୍ୟାଳୟ ନେଗୀପାଲି ନୂଆପଡାର ଅଧ୍ୟକ୍ଷ ଶ୍ରୀ ଖିତିଭୂଷଣ ବିଶ୍ୱାଳ ଓ ଗୋବିନ୍ଦପୁର ପଂଚାୟତର ସରପଞ୍ଚ ଶ୍ରୀ ପ୍ରଫୁଲ୍ଲ ନାୟକ ସମ୍ମାନିତ ଅତିଥି ରୂପେ ଯୋଗାଦାନ କରି ସଭାର ଶୋଭା ମଣ୍ଡନ କରିଥିଲେ ଓ ଛାତ୍ର ଛାତ୍ରୀ ମାନେ କିପରି ବିଭିନ୍ନ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ଦ୍ୱାରା ବିଦ୍ୟାଳୟର ସୁନାମ କରିବେ ସେଥି ପ୍ରତି ଉତ୍ସାହିତ କରିଥିଲେ | ପରେ ପରେ ବିଦ୍ୟାଳୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରି ସଭା ସମାପନ କରାଯାଇଥିଲା | ଉଦଘାଟନୀ ସଭା ପରେ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ଭିନ୍ନ ଭିନ୍ନ ନୃତ୍ୟ ଓ ଗୀତ ଉପସ୍ଥିତ ଦର୍ଶକ, ଅଭିଭାବକ ତଥା ଅତିଥିଙ୍କୁ ବିମୋହିତ କରିଥିଲା | ଉଦଯାପନୀ ସଭାରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ରାଧାକାନ୍ତ ଛତ୍ରୀ ମୁଖ୍ୟ ଅତିଥି ରୂପେ ତଥା DIET ବରଗଡର ଅଧ୍ୟକ୍ଷ ଶ୍ରୀ ରଜନୀକାନ୍ତ ଦାଶ ଓ ପୂର୍ବତନ ପଦାର୍ଥ ବିଜ୍ଞାନର ଅଧ୍ୟାପକ ଶ୍ରୀ ରାଜକିଶୋର ପଧାନ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ | ବିଦ୍ୟାଳୟର ଅଧ୍ୟକ୍ଷ ବାର୍ଷିକ ବିବରଣୀ ପଠନ କରି ବିଦ୍ୟାଳୟର କୃତିତ୍ୱ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ ଓ ଅତିଥି ବୃନ୍ଦ ଛାତ୍ରଛାତ୍ରୀଙ୍କୁ ଅନୁଶାସନ ତଥା ନିଜର ଅନ୍ତର୍ନିହିତ ଗୁଣର ସନ୍ଧାନ ଓ ବିକାଶ ପାଇଁ ପ୍ରେରିତ କରିଥିଲେ | ଏହି ସଭାରେ ବିଦ୍ୟାଳୟର ଚଳିତ ବର୍ଷର ଶ୍ରେଷ୍ଠ ବିଦ୍ୟାର୍ଥୀ ରୂପେ ଶ୍ରୀ ଆର୍ଯ୍ୟା°ଶୁ ପରିଡା ଙ୍କୁ ସମ୍ମାନିତ କରାଯାଇଥିଲା ତଥା ସୁବର୍ଣ୍ଣରେଖା ଦଳ କୁ ଚଳିତ ବର୍ଷର ଶ୍ରେଷ୍ଠ କ୍ରୀଡା ଦଳ ଓ ବ୍ରାହ୍ମଣୀ ଦଳ କୁ ଶ୍ରେଷ୍ଠ CCA ଦଳ ରୂପେ ପୁରସ୍କୃତ କରାଗଲା ଓ ସଭା ସମାପନ କରାଯାଇଥିଲା | ବିଦ୍ୟାଳୟ ର PGT ENGLISH ଶାହୀନ ଅଖତାର ଧନ୍ୟବାଦ ଅର୍ପଣ କରିଥିଲେ |ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା NCC ର ଛାତ୍ର ଛାତ୍ରୀଙ୍କ ପ୍ରତ୍ୟକ୍ଷ ସହଯୋଗରେ ସୁରୁଖୁରୁରେ ସମ୍ପାଦିତ କରିଥିଲେ |

Want your business to be the top-listed Media Company in Rourkela?
Click here to claim your Sponsored Listing.

Website

Address

Rourkela