Sujit Samal

Sujit Samal

Share

Photos from Sujit Samal's post 29/01/2026

ଟ୍ରାଫିକ ଅଙ୍କଲ ଜଣଙ୍କ ଆଜି ଦୋଳ ମୁଣ୍ଡାଇ ଛକରେ ଠିଆ ହୋଇ ପାଖାପାଖି ୫୦ ଖଣ୍ଡେ ଲୋକଙ୍କର ବିନା ହେଲମେଟ ଚାଲାଣ ମାରିଛନ୍ତି। ଶେଷରେ ଚାଲାଣ କାଟି ଥକି ଯାଇ ଘରକୁ ଯିବା ବେଳକୁ ଅଙ୍କଲ ଚଳାଉଥିବା ଗାଡ଼ିର କାଗଜପତ୍ର ର ବୈଧତା ନାହିଁ ବୋଲି ଜଣା ପଡ଼ିଲା। ନିଜେ ପୁରା ଜେଜେ ବାପା ଅମଳର ଭିଣ୍ଟେଜ୍ ଗାଡ଼ି ଧରି ଲୋକଙ୍କୁ ଆଇନ ସିଖେଇବା ପାଇଁ ଅଙ୍କଲ ଆସିଛନ୍ତି। ନିଜେ ପୋଲିସ ବାଲା ହୋଇ ଆଗ ନିଜର କାଗଜପତ୍ର କର ତାପରେ ଲୋକଙ୍କ ଫାଇନ କରିବ। ତୁରନ୍ତ ପରିବହନ ବିଭାଗ ଏହି ଗାଡ଼ି ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ।

26/01/2026

The mighty Chenab Bridge, the world’s highest Railway arch bridge, stands resplendent, bathed in radiant Tricolour lights, echoing the spirit of the Nation on the eve of 🇮🇳.

25/01/2026

#ପରଲୋକରେ_ଅଭିଜିତ
କଣ୍ଠଶିଳ୍ପୀ ଅଭିଜିତ ମଜୁମଦାରଙ୍କ ପରଲୋକ। ୫୪ ବର୍ଷ ବୟସରେ ଅଭିଜିତ ମଜୁମଦାରଙ୍କ ଦେହାନ୍ତ। ଗୁରୁତର ଅବସ୍ଥାରେ ଭୁବନେଶ୍ବର ଏମସରେ ହୋଇଥିଲେ ଭର୍ତ୍ତି। ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ ଅଭିଜିତ। ଅନେକ ହିଟ୍ ଦେଇଛନ୍ତି କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର।

25/01/2026

#କୋରାପୁଟ ଜିଲ୍ଲା ରେ ସହିତ Non Veg ର କଣ ସଂମ୍ପର୍କ ଯଦି କିଏ ଜାଣିଥିବେ କହିବେ
ଆମେ କ’ଣ ଖାଇବୁ — ଏହା ଯଦି ପ୍ରଶାସନ ନିଷ୍ପତ୍ତି କରିବ,
ତେବେ ଏହାକୁ ଗଣତନ୍ତ୍ର କହିବୁ, ନା ଦାସତ୍ୱ?
ବାଃ ବାଃ ସରକାର!
ଦିବାଲୋକରେ ସମ୍ବିଧାନକୁ ହତ୍ୟା,
ସାଧାରଣ ଲୋକଙ୍କ ସ୍ୱାଧୀନତାକୁ ଜଳାଞ୍ଜଳି,
ଏବଂ ଅଧିକାର ଉପରେ ସରକାରୀ ତାଲା!
ଯେଉଁ ଦେଶ ଗଣତନ୍ତ୍ରରେ ଗର୍ବ କରେ,
ସେଠାରେ ଆଜି ପ୍ରଶ୍ନ କରିବା ବି ଅପରାଧ,
ନିଜ ପସନ୍ଦରେ ଖାଇବା ବି ବିଦ୍ରୋହ!
ଏହା 77ତମ ଗଣତନ୍ତ୍ର ଦିବସର “ଉପହାର”?
#କଥାକୁହାସରକାର

25/01/2026

କଟକ ଜିଲ୍ଲାର ନରସିଂହପୁର ଅଞ୍ଚଳରେ ଆଶ୍ଚର୍ୟଜନକ ଘଟଣା! 🐆

ଏକ କଲରା ପତରିଆ ବାଘ ସହିତ ଲଢେଇ କରି ଜଣେ ସାହସୀ ଯୁବକ ନିଜ ଜୀବନ ବଞ୍ଚେଇପାରିଛନ୍ତି।

🔸 କଲରା ପତରିଆ ବାଘ ହେଉଛି ବନ୍ୟ ପ୍ରାଣୀ ସୁରକ୍ଷା ଆଇନ୍‌ (Wildlife Protection Act, 1972) ଅନୁଯାୟୀ Schedule-1 ଶ୍ରେଣୀର ପ୍ରାଣୀ, ଯାହାକୁ ମାରିବା କିମ୍ବା ହାନି କରିବା ଏକ ଗୁରୁତର ଅପରାଧ।

🔸 ଏହି ଆଇନ୍‌ର ଧାରା 9 (Section 9) ଅନୁସାରେ, ଯଦି କେହି ଏହି ପ୍ରାଣୀକୁ ହତ୍ୟା କରନ୍ତି, ସେହି ବ୍ୟକ୍ତିଙ୍କ ବିରୁଦ୍ଧରେ ମାମଲା ରୁଜୁ ହେବ ଓ ଗିରଫ ହୋଇପାରେ।

🔸 କିନ୍ତୁ, ଏହି ଆଇନ୍‌ର ଧାରା 11(2) (Section 11(2)) ଅନୁଯାୟୀ, ଯଦି କେହି ନିଜ ଜୀବନ କିମ୍ବା ଅନ୍ୟ କାହାର ଜୀବନ ରକ୍ଷା ପାଇଁ ବନ୍ୟ ପ୍ରାଣୀକୁ ମାରିଥାନ୍ତି, ତେବେ ସେହି କାର୍ଯ୍ୟ ଆତ୍ମରକ୍ଷା ମନାଯାଇ ଆଇନଗତ ସୁରକ୍ଷା ଦିଆଯାଏ।

ଏହି ଘଟଣା ଏକପଟେ ମଣିଷର ସାହସ ଓ ଆତ୍ମସଂରକ୍ଷଣ ବୋଧକୁ ଦେଖାଏ, ଅନ୍ୟପଟେ ଆମକୁ ମନେପକାଏ — ବନ୍ୟଜୀବ ସହ ମଣିଷର ସମ୍ପର୍କ ସତର୍କତା ଓ ସମ୍ମାନରେ ଆଧାରିତ ହେବା ଦରକାର।

Want your public figure to be the top-listed Public Figure in Jajpur?
Click here to claim your Sponsored Listing.

Telephone

Website

Address

Bari
Jajpur
755027